ପ୍ଲାଟିପସ ବା ଓର୍ଣ୍ଣିଥୋରାଇଞ୍ଚୁରସ, ବେଳେ ବେଳେ ବତକମୁହାଁ ପ୍ଲାଟିପସ (ଇଂରାଜୀ ଭାଷାରେ platypus (Ornithorhynchus anatinus), duck-billed platypus) ଏକ ପ୍ରକାର ଅଣ୍ଡା ଦେଉଥିବା ଅର୍ଦ୍ଧ ଜଳୀୟ (semiaquatic) ସ୍ତନ୍ୟପାୟୀ (mammal) ପ୍ରାଣୀ । [୨] ତାସମାନିଆ ସହିତ ପୂର୍ବ ଅଷ୍ଟ୍ରେଲିଆର ଏମାନେ ସ୍ଥାନୀୟ (endemic) ପ୍ରାଣୀ । ଓର୍ଣ୍ଣିଥୋରିଙ୍କିଡି ପରିବାର (family (Ornithorhynchidae)) ଓ ଜେନସ ଓର୍ଣ୍ଣିଥୋରାଇଞ୍ଚୁରସ ଜେନସର (genus) ଏମାନେ ଏକମାତ୍ର ଜୀବନ୍ତ ପ୍ରାଣୀ ଯାହା ଫସିଲରୁ ଜଣାଯାଏ ।
ଚାରି ଏକଡିନା (echidna) ଜାତି ସହିତ ଏହି ୫ଟି ମୋନୋଟ୍ରିମ ଏକ୍ସଟାଣ୍ଟ (extant) ଜାତୀୟ ମୋନୋଟ୍ରିମ (monotreme) ମଧ୍ୟରୁ ପ୍ଲାଟିପସ ଏକମାତ୍ର ସ୍ତନ୍ୟପାୟୀ ଯିଏ ଶାବକ ଜନ୍ମ ନକରି ଅଣ୍ଡା ଦିଏ । ଅନ୍ୟାନ୍ୟ ମୋନୋଟ୍ରିମମାନଙ୍କ ଭଳି ଏହା ଇଲେକଟ୍ରୋଲେକେସନ (electrolocation) ପଦ୍ଧତିରେ ଶିକାର ଇନ୍ଦ୍ରିୟବୋଧ ପାଏ । ଅଳ୍ପ କେତେକ ବିଷାକ୍ତ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଏହା ଗୋଟିଏ ଯାହାର ପଛ ଗୋଡ଼ରେ ଥିବା ଏକ କଣ୍ଟା ବା ସ୍ପର (spur) ସାହାଯ୍ୟରେ ପ୍ଲାଟିପସ ବିଷ (venom) ପ୍ରୟୋଗ କରି ମାନବକୁ ଅତ୍ୟନ୍ତ ଯନ୍ତ୍ରଣା ଦେଇପାରେ ।
ଏହି ଅଣ୍ଡାଦାତ୍ରୀ, ବତକ(duck)-ଥଣ୍ଟି, ବିଭର(beaver)-ଲାଞ୍ଜ ଓ ଓଟ୍ଟର(otter)-ପାଦ ବିଶିଷ୍ଟ ସ୍ତନ୍ୟପାୟୀ ୟୁରୋପର ପ୍ରକୃତିବାଦୀମାନଙ୍କୁ ଚକିତ କରିଥିଲେ ଯେତେବେଳେ ସେମାନେ ପ୍ରଥମେ ସନ ୧୭୯୯ରେ ଏକ ସଂରକ୍ଷିତ ଶରୀରକୁ ପ୍ରଥମେ ଦେଖି [୩] ଏହାକୁ ବିଭିନ୍ନ ପ୍ରାଣୀଙ୍କ ଦେହର ଅଂଶକୁ କାଟି ଏକାଠି କରି ସେଲେଇ କରିଥିବା ବିଚାର କରିଥିଲେ । [୪]
ପ୍ଲାଟିପସର ଏହି ଅତୁଳନୀୟ ଆକୃତି ଥିବା ଯୋଗୁ ବିକାଶବାଦୀ ପ୍ରାଣୀ ବିଜ୍ଞାନରେ (evolutionary biology) ଏହାର ଅନୁଶୀଳନ ଏକ ମହତ୍ୱପୁର୍ଣ୍ଣ ବିଷୟର ଆଧାର ହେଲା ଓ ଅଷ୍ଟ୍ରେଲିଆରେ ଏହାକୁ ଅନୁସଂକେତ ରୂପେ ଚିହ୍ନଟ କରାଗଲା । ଜାତୀୟ ଉତ୍ସବମାନଙ୍କରେ ଏହାକୁ ମାସ୍କଟ ରୂପେ ଉପସ୍ଥାପିତ କରାଯାଏ, ଅଷ୍ଟ୍ରେଲିଆର ୨୦ ସେଣ୍ଟ ମୁଦ୍ରାର (Australian twenty-cent coin) ପଛ ପାଖରେ ଏହା ଶୋଭା ପାଏ, ନିଉସାଉଥ ୱେଲସରେ (New South Wales) ଏହାକୁ ପ୍ରାଣୀ ପ୍ରତୀକ ରୂପେ ଗ୍ରହଣ କରାଯାଇଛି । [୫]
ମଣିଷ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ଲାଟିପସକୁ ଛାଲ ବା ଫର ପାଇବା ନିମନ୍ତେ ଶିକାର କରୁଥିଲେ, କିନ୍ତୁ ଅଧିନା ଏହା ସଂରକ୍ଷିତ ପ୍ରାଣୀ ହୋଇଛି । ପାଳନ-ପ୍ରଜନନ (captive-breeding) କାର୍ଯ୍ୟକ୍ରମ ବିଶେଷ ସଫଳ ହେଲାନି ଓ ପ୍ରଦୂଷଣ ପ୍ରଭାବ ଯୋଗୁ ଏହା ଅସୁରକ୍ଷିତ ହେଲେ ମଧ୍ୟ ଏହା ଉପରେ କୌଣସି ତତ୍କାଳ ବିପଦ ନାହିଁ ।
ସନ ୧୭୮୮-୧୮୦୧ ସୁଦ୍ଧା ନିଉ କଲୋନିର ଲେଫଟେନାଣ୍ଟ ଗଭର୍ନର ଡେଭିଡ କୋଲିନ (David Collins) ମହାଶୟ ଏହାକୁ ଏକ ଉଭୟଚର ଚୁଚୁନ୍ଦ୍ରା ଜାତୀୟ ପ୍ରାଣୀ ଭାବରେ ଲିପିବଦ୍ଧ କରିଥିଲେ । [୬]
ପ୍ଲାଟିପସର ଦେହ ଓ ଚେପ୍ଟା ଲାଞ୍ଜ ଉପରେ ତମ୍ବା ରଙ୍ଗର ଘନ ଲୋମ (fur) ଆବରଣ ଥାଏ ଯାହା ପବନକୁ ଆବଦ୍ଧ ଓ ସଂରକ୍ଷିତ କରି ଦେହକୁ ସୁରକ୍ଷା ଦିଏ ଓ ଉଷୁମ ରଖେ । ଏହି ଲୋମ ଜଳନିରୋଧୀ ଓ ଚୁଚୁନ୍ଦ୍ରା (mole) ଲୋମ ଭଳି ସୃଷ୍ଟି ହୋଇଛି । [୭] ଲାଞ୍ଜରେ ଚର୍ବି ସଂରକ୍ଷିତ ହୋଇ ରହେ ଯାହା ଟାସମାନିଆନ ଡେଭିଲରେ (Tasmanian devil) ଦେଖାଯାଏ ।[୮]) ଲମ୍ବା ନାକର ଉପର ଭାଗ ଓ ତଳ ହନୁ ନରମ ଚର୍ମରେ ଆଚ୍ଛାଦିତ ହୋଇ ଥଣ୍ଟ ଆକାର ଦେଇଥାଏ । ନାକର ଉପର ଭାଗରେ ନାକପୁଡ଼ା ଥାଏ, ଏହା ପଛକୁ ଆଖି ଓ କାନ ଏକ ଖାଲୁଆ ସ୍ଥାନରେ ଥାଏ ଯାହା ପହଁରିବା ବେଳେ ବନ୍ଦ ହୋଇଯାଏ । ଅଶାନ୍ତ ହେଲେ ଏକ ପ୍ରକାର ସ୍ୱର ବାହାର କରେ ଓ ବନ୍ଦୀ ଥିବା ପ୍ଲାଟିପଦ ଅନ୍ୟ କେତେକ ପ୍ରକାର ସ୍ୱର ମଧ୍ୟ ବାହାର କରୁଥିବା ଶୁଣାଯାଏ ।
|url-status=
ignored (help) ପ୍ଲାଟିପସ ବା ଓର୍ଣ୍ଣିଥୋରାଇଞ୍ଚୁରସ, ବେଳେ ବେଳେ ବତକମୁହାଁ ପ୍ଲାଟିପସ (ଇଂରାଜୀ ଭାଷାରେ platypus (Ornithorhynchus anatinus), duck-billed platypus) ଏକ ପ୍ରକାର ଅଣ୍ଡା ଦେଉଥିବା ଅର୍ଦ୍ଧ ଜଳୀୟ (semiaquatic) ସ୍ତନ୍ୟପାୟୀ (mammal) ପ୍ରାଣୀ । ତାସମାନିଆ ସହିତ ପୂର୍ବ ଅଷ୍ଟ୍ରେଲିଆର ଏମାନେ ସ୍ଥାନୀୟ (endemic) ପ୍ରାଣୀ । ଓର୍ଣ୍ଣିଥୋରିଙ୍କିଡି ପରିବାର (family (Ornithorhynchidae)) ଓ ଜେନସ ଓର୍ଣ୍ଣିଥୋରାଇଞ୍ଚୁରସ ଜେନସର (genus) ଏମାନେ ଏକମାତ୍ର ଜୀବନ୍ତ ପ୍ରାଣୀ ଯାହା ଫସିଲରୁ ଜଣାଯାଏ ।
ଚାରି ଏକଡିନା (echidna) ଜାତି ସହିତ ଏହି ୫ଟି ମୋନୋଟ୍ରିମ ଏକ୍ସଟାଣ୍ଟ (extant) ଜାତୀୟ ମୋନୋଟ୍ରିମ (monotreme) ମଧ୍ୟରୁ ପ୍ଲାଟିପସ ଏକମାତ୍ର ସ୍ତନ୍ୟପାୟୀ ଯିଏ ଶାବକ ଜନ୍ମ ନକରି ଅଣ୍ଡା ଦିଏ । ଅନ୍ୟାନ୍ୟ ମୋନୋଟ୍ରିମମାନଙ୍କ ଭଳି ଏହା ଇଲେକଟ୍ରୋଲେକେସନ (electrolocation) ପଦ୍ଧତିରେ ଶିକାର ଇନ୍ଦ୍ରିୟବୋଧ ପାଏ । ଅଳ୍ପ କେତେକ ବିଷାକ୍ତ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଏହା ଗୋଟିଏ ଯାହାର ପଛ ଗୋଡ଼ରେ ଥିବା ଏକ କଣ୍ଟା ବା ସ୍ପର (spur) ସାହାଯ୍ୟରେ ପ୍ଲାଟିପସ ବିଷ (venom) ପ୍ରୟୋଗ କରି ମାନବକୁ ଅତ୍ୟନ୍ତ ଯନ୍ତ୍ରଣା ଦେଇପାରେ ।
ଏହି ଅଣ୍ଡାଦାତ୍ରୀ, ବତକ(duck)-ଥଣ୍ଟି, ବିଭର(beaver)-ଲାଞ୍ଜ ଓ ଓଟ୍ଟର(otter)-ପାଦ ବିଶିଷ୍ଟ ସ୍ତନ୍ୟପାୟୀ ୟୁରୋପର ପ୍ରକୃତିବାଦୀମାନଙ୍କୁ ଚକିତ କରିଥିଲେ ଯେତେବେଳେ ସେମାନେ ପ୍ରଥମେ ସନ ୧୭୯୯ରେ ଏକ ସଂରକ୍ଷିତ ଶରୀରକୁ ପ୍ରଥମେ ଦେଖି ଏହାକୁ ବିଭିନ୍ନ ପ୍ରାଣୀଙ୍କ ଦେହର ଅଂଶକୁ କାଟି ଏକାଠି କରି ସେଲେଇ କରିଥିବା ବିଚାର କରିଥିଲେ ।
ପ୍ଲାଟିପସର ଏହି ଅତୁଳନୀୟ ଆକୃତି ଥିବା ଯୋଗୁ ବିକାଶବାଦୀ ପ୍ରାଣୀ ବିଜ୍ଞାନରେ (evolutionary biology) ଏହାର ଅନୁଶୀଳନ ଏକ ମହତ୍ୱପୁର୍ଣ୍ଣ ବିଷୟର ଆଧାର ହେଲା ଓ ଅଷ୍ଟ୍ରେଲିଆରେ ଏହାକୁ ଅନୁସଂକେତ ରୂପେ ଚିହ୍ନଟ କରାଗଲା । ଜାତୀୟ ଉତ୍ସବମାନଙ୍କରେ ଏହାକୁ ମାସ୍କଟ ରୂପେ ଉପସ୍ଥାପିତ କରାଯାଏ, ଅଷ୍ଟ୍ରେଲିଆର ୨୦ ସେଣ୍ଟ ମୁଦ୍ରାର (Australian twenty-cent coin) ପଛ ପାଖରେ ଏହା ଶୋଭା ପାଏ, ନିଉସାଉଥ ୱେଲସରେ (New South Wales) ଏହାକୁ ପ୍ରାଣୀ ପ୍ରତୀକ ରୂପେ ଗ୍ରହଣ କରାଯାଇଛି ।