dcsimg

ଡାଇନୋସର ( Oriya )

provided by wikipedia emerging languages
Help

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି ଅଟେ । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କ ଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ ।[୧][୨] କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

ନାମକରଣ

୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ୱରେ ମାନ୍ୟତା ଲାଭ କରିଥିଲା । [୩]:103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ δεινός (deinos,ମାନେ "terrible," "potent," କିମ୍ବା "fearfully great") ଓ σαῦρος (sauros,ମାନେ "lizard" କିମ୍ବା "reptile") ଆସିଅଛି । [୩]:103[୪] ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦିକୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

ସଂଜ୍ଞା

ବିବର୍ତ୍ତନର ଇତିହାସ

ଶ୍ରେଣୀ ବିଭାଗ

ବିଲୁପ୍ତ

ଅଧିକ ଦେଖନ୍ତୁ

ଆଧାର

  1. Gauthier, Jacques; de Querioz, Kevin (2001). "Feathered dinosaurs, flying dinosaurs, crown dinosaurs, and the name 'Aves'." (PDF). New Perspectives on the Origin and Early Evolution of Birds: Proceedings of the International Symposium in Honor of John H. Ostrom (PDF)|format= requires |url= (help). Peabody Museum of Natural History, Yale University. ISBN 0-912532-57-2. Retrieved 2009-09-22.
  2. Zhou, Z. (2004). "The origin and early evolution of birds: discoveries, disputes, and perspectives from fossil evidence". Naturwissenschaften. 91 (10): 455–471. Bibcode:2004NW.....91..455Z. doi:10.1007/s00114-004-0570-4. PMID 15365634.
  3. ୩.୦ ୩.୧ Owen, R (1842). Report on British Fossil Reptiles." Part II. Report of the Eleventh Meeting of the British Association for the Advancement of Science; Held at Plymouth in July 1841. London: John Murray. pp. 60–204.
  4. "Liddell–Scott–Jones Lexicon of Classical Greek". Retrieved 2008-08-05.

ଅଧିକ ପଢନ୍ତୁ

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |

ଡାଇନୋସର: Brief Summary ( Oriya )

provided by wikipedia emerging languages
Help

ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି ଅଟେ । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କ ଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |