ଆନ୍ଥ୍ରାକୋଥେରିଡ଼େ (ଇଂରାଜୀ: Anthracothere) ଜଳହସ୍ତୀ-ଭଳି ଏକ ଆର୍ଟିଡାକଟାଇଲ ଅଙ୍ଗୁଲେଟ ଏବଂ ଜଳହସ୍ତୀ ଓ ତିମି ମାଛମାନଙ୍କ ସହ ସମ୍ବନ୍ଧିତ ଏକ ଜାତି । [୩] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ ।
ସର୍ବପୁରାତନ ଜାତି ଏଲୋମେରିକ୍ସ] ପ୍ରଥମେ ମଧ୍ୟ-ଇଉସିନରେ ଏସିଆରେ ଦେଖାଯାଇଥିଲେ । ସେମାନେ ଆଫ୍ରିକା ଆଉ ଇଉରେସିଆରେ ବୃଦ୍ଧିପାଇଥିଲେ ଓ ଓଲିଗୋସିନ ବେଳେ ସେମାନଙ୍କ ଭିତରୁ କେତୋଟି ଉପଜାତି ଉତ୍ତର ଆମେରିକାକୁ ମଧ୍ୟ ଯାଇଥିଲେ । ସେମାନେ ଇଉରୋପ ଓ ଆଫ୍ରିକାରେ ପରିବେଶର ପରିବର୍ତ୍ତନ ଓ ଘୁଷୁରୀ ଓ ଜଳହସ୍ତୀ ଭଳି ଅନ୍ୟାନ୍ୟ ଆର୍ଟିଓଡାକ୍ଟାଇଲଙ୍କ ସଙ୍ଗେ ସଂଘର୍ଷ ସକାଶେ ମିଓସିନ ସମୟରେ ମରିଯାଇଥିଲେ ।[୪] କନିଷ୍ଠତମ ପ୍ରଜାତି ମେରିକୋପଟାମସ ଏସିଆରେ ପ୍ଲିଓସିନ ଶେଷ ଆଡ଼କୁ ଏସିଆରେ ମରିଯାଇଥିଲା । ଏହି ଜାତି ପ୍ରଥମେ ଆବିଷ୍ଖୃତ ପ୍ରଜାତି ଆନ୍ଥ୍ରାକୋଥେରିଅମ ନାମରେ ନାମିତ ଓ ତାହାର ଅର୍ଥ "କୋଇଲା ପଶୁ" କାରଣ ପ୍ରଥମ ଜୀବାଶ୍ମସବୁ ଫ୍ରାନ୍ସର ପାଲିଓଜିନ ଥିବା କୋଇଲା ଶଯ୍ୟାରୁ ମିଳିଥିଲା । ଆନ୍ଥ୍ରାକୋଥେରିଅମ ପ୍ରଜାତିର ଜୀବାଶ୍ମ ଅବଶେଷ ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ଓ ଜିଓଲଜିକାଲ ସର୍ଭେ ଅଫ ପାକିସ୍ଥାନର ମିଳିତ ଗବେଷଣା ପ୍ରକଳ୍ପ (Y-GSP) ଅନ୍ତର୍ଗତ ଉତ୍ତର ପାକିସ୍ଥାନର ପଥହାର ମାଳଭୂମିରୁ ଅତି-ପୁରାତନ ମଧ୍ୟ ଓ ଶେଷ ମିଓସିନ ଅବଶେଷରୁ ମିଳିଥିଲା ।[୫]
ଜୀବଙ୍କାଳରେ ଏକ ମଧ୍ୟମ ଆନ୍ଥ୍ରାକୋଥେରିଡ଼େ ଏକ ପତଳା ଜଳହସ୍ତୀ ଆକାରର ଏକ ଅପେକ୍ଷାକୃତ ଛୋଟ, ପତଳା ମୁଣ୍ଡ ଓ ଘୁଷୁରୀ ଭଳି ଦେଖିବାକୁ ହୋଇଥିବ ।[୬] ପ୍ରତି ପାଦରେ ଚାରିରୁ ପାଞ୍ଚଟି ଆଙ୍ଗୁଳି ଥିଲା ଓ ଓସାରିଆ ପାଦ ପଙ୍କରେ ଚାଲିବାରେ ସାହାଯ୍ୟ କରୁଥିଲା । ସେମାନଙ୍କର ପୂରା ସେଟ ବା ୪୪ଟି ଦାନ୍ତ ଥିଲା ଓ ସେଥିମଧ୍ୟରୁ ଉପର କଳ ଦାନ୍ତରେ ପାଞ୍ଚଟି ମଧ୍ୟକ୍ରେସେନଟ୍ରିକ ଫାଙ୍କା ସ୍ଥାନ ଥିଲା ।[୪] ଏଗୁଡ଼ିକ କେତେକ ଉପଜାତିଏ ଜଳସ୍ଥ ଉଦ୍ଭିଦ ଖୋଳି ବାହାର କରିବା ପାଇଁ ବ୍ୟବହୃତ ହେଉଥିଲା ।[୭]
|author2=
(help) |publisher=
(help) ଆନ୍ଥ୍ରାକୋଥେରିଡ଼େ (ଇଂରାଜୀ: Anthracothere) ଜଳହସ୍ତୀ-ଭଳି ଏକ ଆର୍ଟିଡାକଟାଇଲ ଅଙ୍ଗୁଲେଟ ଏବଂ ଜଳହସ୍ତୀ ଓ ତିମି ମାଛମାନଙ୍କ ସହ ସମ୍ବନ୍ଧିତ ଏକ ଜାତି । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ ।
ସର୍ବପୁରାତନ ଜାତି ଏଲୋମେରିକ୍ସ] ପ୍ରଥମେ ମଧ୍ୟ-ଇଉସିନରେ ଏସିଆରେ ଦେଖାଯାଇଥିଲେ । ସେମାନେ ଆଫ୍ରିକା ଆଉ ଇଉରେସିଆରେ ବୃଦ୍ଧିପାଇଥିଲେ ଓ ଓଲିଗୋସିନ ବେଳେ ସେମାନଙ୍କ ଭିତରୁ କେତୋଟି ଉପଜାତି ଉତ୍ତର ଆମେରିକାକୁ ମଧ୍ୟ ଯାଇଥିଲେ । ସେମାନେ ଇଉରୋପ ଓ ଆଫ୍ରିକାରେ ପରିବେଶର ପରିବର୍ତ୍ତନ ଓ ଘୁଷୁରୀ ଓ ଜଳହସ୍ତୀ ଭଳି ଅନ୍ୟାନ୍ୟ ଆର୍ଟିଓଡାକ୍ଟାଇଲଙ୍କ ସଙ୍ଗେ ସଂଘର୍ଷ ସକାଶେ ମିଓସିନ ସମୟରେ ମରିଯାଇଥିଲେ । କନିଷ୍ଠତମ ପ୍ରଜାତି ମେରିକୋପଟାମସ ଏସିଆରେ ପ୍ଲିଓସିନ ଶେଷ ଆଡ଼କୁ ଏସିଆରେ ମରିଯାଇଥିଲା । ଏହି ଜାତି ପ୍ରଥମେ ଆବିଷ୍ଖୃତ ପ୍ରଜାତି ଆନ୍ଥ୍ରାକୋଥେରିଅମ ନାମରେ ନାମିତ ଓ ତାହାର ଅର୍ଥ "କୋଇଲା ପଶୁ" କାରଣ ପ୍ରଥମ ଜୀବାଶ୍ମସବୁ ଫ୍ରାନ୍ସର ପାଲିଓଜିନ ଥିବା କୋଇଲା ଶଯ୍ୟାରୁ ମିଳିଥିଲା । ଆନ୍ଥ୍ରାକୋଥେରିଅମ ପ୍ରଜାତିର ଜୀବାଶ୍ମ ଅବଶେଷ ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ଓ ଜିଓଲଜିକାଲ ସର୍ଭେ ଅଫ ପାକିସ୍ଥାନର ମିଳିତ ଗବେଷଣା ପ୍ରକଳ୍ପ (Y-GSP) ଅନ୍ତର୍ଗତ ଉତ୍ତର ପାକିସ୍ଥାନର ପଥହାର ମାଳଭୂମିରୁ ଅତି-ପୁରାତନ ମଧ୍ୟ ଓ ଶେଷ ମିଓସିନ ଅବଶେଷରୁ ମିଳିଥିଲା ।
ଜୀବଙ୍କାଳରେ ଏକ ମଧ୍ୟମ ଆନ୍ଥ୍ରାକୋଥେରିଡ଼େ ଏକ ପତଳା ଜଳହସ୍ତୀ ଆକାରର ଏକ ଅପେକ୍ଷାକୃତ ଛୋଟ, ପତଳା ମୁଣ୍ଡ ଓ ଘୁଷୁରୀ ଭଳି ଦେଖିବାକୁ ହୋଇଥିବ । ପ୍ରତି ପାଦରେ ଚାରିରୁ ପାଞ୍ଚଟି ଆଙ୍ଗୁଳି ଥିଲା ଓ ଓସାରିଆ ପାଦ ପଙ୍କରେ ଚାଲିବାରେ ସାହାଯ୍ୟ କରୁଥିଲା । ସେମାନଙ୍କର ପୂରା ସେଟ ବା ୪୪ଟି ଦାନ୍ତ ଥିଲା ଓ ସେଥିମଧ୍ୟରୁ ଉପର କଳ ଦାନ୍ତରେ ପାଞ୍ଚଟି ମଧ୍ୟକ୍ରେସେନଟ୍ରିକ ଫାଙ୍କା ସ୍ଥାନ ଥିଲା । ଏଗୁଡ଼ିକ କେତେକ ଉପଜାତିଏ ଜଳସ୍ଥ ଉଦ୍ଭିଦ ଖୋଳି ବାହାର କରିବା ପାଇଁ ବ୍ୟବହୃତ ହେଉଥିଲା ।