ଇମ୍ପାଲା (ଇଂରାଜୀ ଭାଷାରେ The impala ( /ɪmˈpɑːlə,_ʔˈpælə/, Aepyceros melampus)) ମଧ୍ୟମ ଆକାରର ଏକ ପ୍ରକାର ହରିଣ (antelope) ଯାହା ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ମିଳନ୍ତି । ସନ ୧୮୧୨ରେ ଜର୍ମାନୀ ପ୍ରାଣୀବିଜ୍ଞାନୀ ହିନରିଚ ଲାଇଟେନସ୍ଟେନ ସର୍ବ ପ୍ରଥମେ ୟୁରୋପ ଶ୍ରୋତାମାନଙ୍କ ଆଗରେ ଇମ୍ପାଲାର ବୈଜ୍ଞାନିକ ବର୍ଣ୍ଣନା (described) କରିଥିଲେ ଯିଏ ଏପିସେରସ ପ୍ରଜାତିର (genus) ମୋନୋଟାଇପ ସ୍ପେସିର (sole member) ଏକ ମାତ୍ର ସଭ୍ୟ । ଏହାର ଦୁଇଟି ଉପପ୍ରଜାତି (subspecies) ଅଛନ୍ତି, କୃଷ୍ଣକାୟ ବଡ଼ଟି କଳା ମୁହାଁ ଇମ୍ପାଲା । ଇମ୍ପାଲାର କାନ୍ଧ ଉଚ୍ଚତା ପ୍ରାୟ ୭୦-୯୨ ସେ:ମି: ଓ ଓଜନ ପ୍ରାୟ ୪୦ କେଜି-୭୬କେଜି/୮୮-୧୬୮ ପାଉଣ୍ଡ । ଏହାର ଚିକ୍କଣ, ଲାଲ ତମ୍ବା ରଙ୍ଗର ଚମଡ଼ା ବା କୋଟ (coat) ଥାଏ । ଅଣ୍ଡିରା ଇମ୍ପାଲା ଦେଖିବାକୁ ପତଳା, ଲାୟାର ବାଦ୍ୟ ଭଳି ଶିଙ୍ଗ (lyre-shaped horns) ଯାହାର ଦୈର୍ଘ୍ୟ ପ୍ରାୟ ୧୮-୩୬"/୪୫-୯୨ସେ:ମି: ।
ମୁଖ୍ୟତଃ ଦିନରେ ବିଚରଣ କରୁଥିବା ଇମ୍ପାଲା ସାମାଜିକ (gregarious) ପ୍ରାଣୀ ବା ଭୌଗଳିକ ତଥା ଜଳବାୟୁ ସଙ୍ଗତି ନେଇ ନିଜର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ (territorial) ରହନ୍ତି । ତିନୋଟି ସ୍ୱତନ୍ତ୍ର ସାମାଜିକ ଦଳରେ ରହୁଥିବା ଦେଖାଯାଏ ଯଥା:- କ୍ଷେତ୍ରୀୟ ଅଣ୍ଡିରା, ମାଈ ଦଳ ଓ ବାଚେଲର ଦଳ । ଇମ୍ପାଲା ଦୁଇ ପ୍ରକାର କୁଦା ମାରିବା ଦେଖାଯାଏ ଯାହା ହିଂସ୍ର ଜନ୍ତୁ-ବିରୁଦ୍ଧ (predator) ରଣନୀତି ହୋଇପାରେ । ଏହା ଏକ ଶାକାହାରୀ ପ୍ରାଣୀ ଓ ଚରିବୁଲି ତାହାର ଖାଦ୍ୟ (monocots, dicots, forbs, fruit) ଖାଏ । ମଇ ମାସ ଶେଷ ଆଡ଼କୁ ୩ ସପ୍ତାହ ଧରି ଏହାର ପ୍ରଜନନ ଋତୁ (rut) ଆରମ୍ଭ ହୁଏ । ମାଈ ସଙ୍ଗମ ନିମନ୍ତେ ଅଣ୍ଡିରାମାନଙ୍କ ମଧ୍ୟରେ ଲଢ଼େଇ ହୁଏ ଓ ଯିଏ ଯିତେ ସେ ସଙ୍ଗମେଚ୍ଛୁ ମାଈ ସହିତ ସଙ୍ଗମ କରେ । ଗର୍ଭ ଧାରଣ ୬-୭ ମାସ ପର୍ଯ୍ୟନ୍ତ ରହିବା ପରେ ଗୋଟିଏ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଲୁଚେଇ ଦିଆଯାଏ । ବାଛୁରୀଗୁଡ଼ିକ ୪-୬ ମାସ ପର୍ଯ୍ୟନ୍ତ ମାତା କ୍ଷୀର ପିଅନ୍ତି (suckled) ଓ ତା ପରେ ଅଣ୍ଡିରା ଛୁଆଙ୍କୁ ଅନ୍ୟ ଅଣ୍ଡିରାଙ୍କ ସାଥିରେ ରହିବାକୁ ତଡ଼ିଦିଆଯାଏ ଓ ମାଈ ଛୁଆ ରହିଯାଏ ।
ଏହାର ବୈଜ୍ଞାନିକ ନାମକରଣ (scientific generic name) ଏପିସେରୋସ (Aepyceros (lit. ‘high-horned’)) କରାଯାଇଛି ଓ ଏହି ନାମଟି ପୂରାତନ ଗ୍ରୀକ ଭାଷାରୁ ନିଆଯାଇଛି (Ancient Greek αἰπύς (aipus, 'high, steep') + κέρας (keras, 'horn'));[୨][୩] ନିର୍ଦ୍ଦଷ୍ଟ ପ୍ରାଣୀ ବିଜ୍ଞାନ ନାମ (specific name) ମେଲାମ୍ପସ ମଧ୍ୟ ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ସାହିତ୍ୟିକ ଅର୍ଥ କଳା ପାଦ (specific name melampus (lit. ‘black-foot’) from μελάς (melas, 'black') + πούς (pous, 'foot')) ।[୪]
ବୋଭିଡି ପରିବାର (family Bovidae) ଓ ଏପିସେରୋସ ଜେନସର (genus) ଇମ୍ପାଲା ଏକମାତ୍ର ଏପିସେଓସ ସଭ୍ୟ (sole member) ହୋଇ ବଞ୍ଚିରହିଛି ।
|url=
value (help). Somerset, UK: Parragon Publishers. p. 114. ISBN 978-1-4054-8292-9. ଇମ୍ପାଲା (ଇଂରାଜୀ ଭାଷାରେ The impala ( /ɪmˈpɑːlə,_ʔˈpælə/, Aepyceros melampus)) ମଧ୍ୟମ ଆକାରର ଏକ ପ୍ରକାର ହରିଣ (antelope) ଯାହା ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ମିଳନ୍ତି । ସନ ୧୮୧୨ରେ ଜର୍ମାନୀ ପ୍ରାଣୀବିଜ୍ଞାନୀ ହିନରିଚ ଲାଇଟେନସ୍ଟେନ ସର୍ବ ପ୍ରଥମେ ୟୁରୋପ ଶ୍ରୋତାମାନଙ୍କ ଆଗରେ ଇମ୍ପାଲାର ବୈଜ୍ଞାନିକ ବର୍ଣ୍ଣନା (described) କରିଥିଲେ ଯିଏ ଏପିସେରସ ପ୍ରଜାତିର (genus) ମୋନୋଟାଇପ ସ୍ପେସିର (sole member) ଏକ ମାତ୍ର ସଭ୍ୟ । ଏହାର ଦୁଇଟି ଉପପ୍ରଜାତି (subspecies) ଅଛନ୍ତି, କୃଷ୍ଣକାୟ ବଡ଼ଟି କଳା ମୁହାଁ ଇମ୍ପାଲା । ଇମ୍ପାଲାର କାନ୍ଧ ଉଚ୍ଚତା ପ୍ରାୟ ୭୦-୯୨ ସେ:ମି: ଓ ଓଜନ ପ୍ରାୟ ୪୦ କେଜି-୭୬କେଜି/୮୮-୧୬୮ ପାଉଣ୍ଡ । ଏହାର ଚିକ୍କଣ, ଲାଲ ତମ୍ବା ରଙ୍ଗର ଚମଡ଼ା ବା କୋଟ (coat) ଥାଏ । ଅଣ୍ଡିରା ଇମ୍ପାଲା ଦେଖିବାକୁ ପତଳା, ଲାୟାର ବାଦ୍ୟ ଭଳି ଶିଙ୍ଗ (lyre-shaped horns) ଯାହାର ଦୈର୍ଘ୍ୟ ପ୍ରାୟ ୧୮-୩୬"/୪୫-୯୨ସେ:ମି: ।
ମୁଖ୍ୟତଃ ଦିନରେ ବିଚରଣ କରୁଥିବା ଇମ୍ପାଲା ସାମାଜିକ (gregarious) ପ୍ରାଣୀ ବା ଭୌଗଳିକ ତଥା ଜଳବାୟୁ ସଙ୍ଗତି ନେଇ ନିଜର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ (territorial) ରହନ୍ତି । ତିନୋଟି ସ୍ୱତନ୍ତ୍ର ସାମାଜିକ ଦଳରେ ରହୁଥିବା ଦେଖାଯାଏ ଯଥା:- କ୍ଷେତ୍ରୀୟ ଅଣ୍ଡିରା, ମାଈ ଦଳ ଓ ବାଚେଲର ଦଳ । ଇମ୍ପାଲା ଦୁଇ ପ୍ରକାର କୁଦା ମାରିବା ଦେଖାଯାଏ ଯାହା ହିଂସ୍ର ଜନ୍ତୁ-ବିରୁଦ୍ଧ (predator) ରଣନୀତି ହୋଇପାରେ । ଏହା ଏକ ଶାକାହାରୀ ପ୍ରାଣୀ ଓ ଚରିବୁଲି ତାହାର ଖାଦ୍ୟ (monocots, dicots, forbs, fruit) ଖାଏ । ମଇ ମାସ ଶେଷ ଆଡ଼କୁ ୩ ସପ୍ତାହ ଧରି ଏହାର ପ୍ରଜନନ ଋତୁ (rut) ଆରମ୍ଭ ହୁଏ । ମାଈ ସଙ୍ଗମ ନିମନ୍ତେ ଅଣ୍ଡିରାମାନଙ୍କ ମଧ୍ୟରେ ଲଢ଼େଇ ହୁଏ ଓ ଯିଏ ଯିତେ ସେ ସଙ୍ଗମେଚ୍ଛୁ ମାଈ ସହିତ ସଙ୍ଗମ କରେ । ଗର୍ଭ ଧାରଣ ୬-୭ ମାସ ପର୍ଯ୍ୟନ୍ତ ରହିବା ପରେ ଗୋଟିଏ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଲୁଚେଇ ଦିଆଯାଏ । ବାଛୁରୀଗୁଡ଼ିକ ୪-୬ ମାସ ପର୍ଯ୍ୟନ୍ତ ମାତା କ୍ଷୀର ପିଅନ୍ତି (suckled) ଓ ତା ପରେ ଅଣ୍ଡିରା ଛୁଆଙ୍କୁ ଅନ୍ୟ ଅଣ୍ଡିରାଙ୍କ ସାଥିରେ ରହିବାକୁ ତଡ଼ିଦିଆଯାଏ ଓ ମାଈ ଛୁଆ ରହିଯାଏ ।
ଏହାର ବୈଜ୍ଞାନିକ ନାମକରଣ (scientific generic name) ଏପିସେରୋସ (Aepyceros (lit. ‘high-horned’)) କରାଯାଇଛି ଓ ଏହି ନାମଟି ପୂରାତନ ଗ୍ରୀକ ଭାଷାରୁ ନିଆଯାଇଛି (Ancient Greek αἰπύς (aipus, 'high, steep') + κέρας (keras, 'horn')); ନିର୍ଦ୍ଦଷ୍ଟ ପ୍ରାଣୀ ବିଜ୍ଞାନ ନାମ (specific name) ମେଲାମ୍ପସ ମଧ୍ୟ ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ସାହିତ୍ୟିକ ଅର୍ଥ କଳା ପାଦ (specific name melampus (lit. ‘black-foot’) from μελάς (melas, 'black') + πούς (pous, 'foot')) ।
ବୋଭିଡି ପରିବାର (family Bovidae) ଓ ଏପିସେରୋସ ଜେନସର (genus) ଇମ୍ପାଲା ଏକମାତ୍ର ଏପିସେଓସ ସଭ୍ୟ (sole member) ହୋଇ ବଞ୍ଚିରହିଛି ।