dcsimg
Image of moa tree
Creatures » » Plants » » Dicotyledons » » Milkwood Family »

Mahua

Madhuca longifolia (J. Koenig ex L.) J. F. Macbr.

ମହୁଲ ( Oriya )

provided by wikipedia emerging languages
Help
 src=
ଓଡ଼ିଶା ଜଙ୍ଗଲର ମହୁଲ ଫୁଲ

ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l [୧] ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[୨] ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀ ଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜି ଗୁଡିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l

ଅନ୍ୟନାମ

  • ଉଦ୍ଭିଦ ବିଜ୍ଞାନରେ ଅନ୍ୟ ନାମ: Bassia longifolia L., B. latifolia Roxb., Madhuca indica J. F. Gmel., M. latifolia (Roxb.) J.F.Macbr., Illipe latifolia (Roxb.) F.Muell., Illipe malabrorum (Engl.)
  • କିସମ :
    • M. longifolia var. latifolia (Roxb.) A.Chev. (=B. latifolia (Roxb))
    • M. longifolia var. longifolia
  • ଅନ୍ୟାନ୍ୟ ବିଦେଶୀ ଭାଷାରେ ନାମ :
    • ଇଁରାଜୀ: honey tree, butter tree
    • ଫ୍ରେଞ୍ଚ: illipe, arbre à beurre, bassie, madhuca
    • ଭାରତ: ମୋହା, ମୋହୁଆ, ମଧୁକା, ଇଲୁପ୍ପାଇ, କୁଲିଙ୍ଗମ, ମଡୁରଗମ, ମାଭାଗାମ, ନଟ୍ଟିଲୁପାଇ, ଟିଟିନାମ, ମହୱା, ମହୁଆ, ମୋଆ, ମୋଆରା
    • ଶ୍ରୀଲଙ୍କା: mi, illuppai, kulilgam, maduragam, mavagam, nattiluppai, tittinam

ବ୍ୟବହାର

ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l [୩] କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l

ଆହୁରି ଦେଖନ୍ତୁ

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆଧାର

  1. Pankaj Oudhia, Robert E. Paull. Butter tree Madhuca latifolia Roxb. Sapotaceae p827-828. Encyclopedia of Fruit and Nuts - 2008, J. Janick and R. E. Paull -editors, CABI, Wallingford, United Kingdom
  2. ୨.୦ ୨.୧ "Product profile, Mahuwa, Trifed, Ministry of Tribal Affairs, Government of India". Trifed.nic.in. Retrieved 2013-11-21.
  3. Mark Duell (2012-11-07). "Trunk and disorderly! Herd of 50 drunken elephants ransack village after gulping down 500 LITRES of alcohol in shop". London: Dailymail.co.uk. Retrieved 2013-11-21.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |

ମହୁଲ: Brief Summary ( Oriya )

provided by wikipedia emerging languages
Help  src= ଓଡ଼ିଶା ଜଙ୍ଗଲର ମହୁଲ ଫୁଲ

ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ । ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀ ଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜି ଗୁଡିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |