dcsimg

ଲିଟିଲ୍ ଆଉଲ୍ ( Oriya )

provided by wikipedia emerging languages

ଲିଟିଲ୍ ଆଉଲ୍ (ଏଥେନ୍ ନୋକ୍ଟୁଆ), ୟୁରୋପ, ଏସିଆରେ କୋରିଆର ପୂର୍ବ ଓ ଉତ୍ତର ଆଫ୍ରିକାର ନାତିଷିତୋଷ୍ଣ ଓ ଉତ୍ତପ୍ତ ଅଞ୍ଚଳରେ ଦେଖାଯାଏ । ଏହା ବ୍ରିଟେନ୍‌ରେ ଊନବିଂଶ ଶତାବ୍ଦୀର ଶେଷରେ ଓ ନ୍ୟୁ ଜିଲ୍ୟାଣ୍ଡ୍‌ର ସାଉଥ୍ ଆଇଲ୍ୟାଣ୍ଡ୍‌ରେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖାଯାଇଥିଲା ।

ଏହି ପେଚା ସ୍ୱତନ୍ତ୍ର ବା ସତ ପେଚା ପରିବାର, ସ୍ତ୍ରୀଗିଡାଏର ସଦସ୍ୟ, ଯେଉଁଥିରେ ପେଚାର ବ‌ହୁତ ପ୍ରଜାତି ଆସିଥାନ୍ତି । ଏହି ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବାର୍ଣ୍ଣ ଆଉଲ୍, ଟାଇଟୋନିଡ଼ାଏ ଅନ୍ୟତମ । ଏହା ଏକ ଛୋଟ, ରହସ୍ୟମୟ ରଙ୍ଗର, ମୁଖ୍ୟତଃ ନିଶାଚର ଜୀବ ଓ କୃଷି ଜମି, ଜଙ୍ଗଲ, ଓ ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ଦେଖାଯାଏ । ଏହା ପତଙ୍ଗ, ଜିଆ, ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଓ ଛୋଟ ମେରୁଦଣ୍ଡୀ ପ୍ରାଣୀ ଖାଏ । ପୁରୁଷମାନେ ବାସସ୍ଥାନ ଜଗନ୍ତି ଓ ଅନୁପ୍ରବେଶରୁ ରକ୍ଷା କରନ୍ତି । ଏହା କୋରଡ଼ରେ ରୁହେ ଓ ବସନ୍ତରେ ଚାରୋଟି ଅଣ୍ଡା ଦିଏ । ସ୍ତ୍ରୀ ଅଣ୍ଡା ଉଷୁମାଏ ଓ ପୁରୁଷ ପ୍ରଥମେ ସ୍ତ୍ରୀ ପାଇଁ ଓ ପରେ ଛୁଆଙ୍କ ପାଇଁ ବସାକୁ ଖାଦ୍ୟ ଆଣେ । ଛୁଆମାନେ ବଢ଼ିଲେ ଉଭୟ ପୁରୁଷ ଓ ସ୍ତ୍ରୀ ଖାଦ୍ୟ ଆଣନ୍ତି ଓ ସାତ ସପ୍ତାହ ବୟସରେ ଛୁଆମାନେ ବସା ଛାଡ଼ନ୍ତି ।

ଏହା ଏକ ସାଧାରଣରେ ଦେଖାଯାଥିବା ତ‌ଥା ଅଧିକ ସଂଖ୍ୟାରେ ଦେଖାଯାଉଥିବା ପକ୍ଷୀ ହୋଇଥିବା ହେତୁ, ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଏହାର ସଂରକ୍ଷଣ ଟୀପଣିକୁ ସବୁଠାରୁ କମ୍ ଦେଖାଶୁଣାରେ ରଖିଛି ।

ବର୍ଣ୍ଣନା

ଲିଟିଲ୍ ଆଉଲ୍ ଏକ ଚେପଟା ମୁଣ୍ଡ ବିଶିଷ୍ଟ, ଫୁଲିଲା ଭଳି କିନ୍ତୁ compact ଶରୀର ଓ ଛୋଟ ଲାଞ୍ଜ ଥିବା ଏକ ଛୋଟ ପେଚା । ମୁହଁର ଭାଙ୍ଗ ଆଖି ଉପରେ ଚେପଟା ଆକାରର, ଯାହା ତାକୁ ଏକ ଭୟଙ୍କର ମୁଖଭଙ୍ଗୀ ଦେଇଥାଏ । ଏହାର ପର ଧୂସରିଆ, ଛିଟ ଓ କିଛିଟା ଧଳା ରଙ୍ଗ ବିଶିଷ୍ଟ । ତଳପଟେ ହାଲକା ରଙ୍ଗ ସ‌ହ ଗାଢ ରଙ୍ଗର ଛିଟା ପଡ଼ିଥାଏ ।[୨] ଏହା ସାଧାରଣତଃ ଉଭୟ ଲିଙ୍ଗରେ ଲମ୍ବାରେ ୨୨ centimetres (୮.୭ in), ପର ଲମ୍ବା ୫୬ centimetres (୨୨ in), ଓଜନ ପ୍ରାୟ ୧୮୦ grams (୬.୩ oz).[୩]

ବଡ ଲିଟିଲ୍ ଆଉଲ୍, ଯାହା ଏ ଏନ୍ ନୋକ୍ଟୁଆ ଭାବେ ପରିଚିତ, ଏକ ଧୂଷର ଓ ଧଳା ରଙ୍ଗ ବିଶିଷ୍ଟ ପ୍ରାଣୀ । ଏହାର ଏକ ବଡ ମୁଣ୍ଡ, ଲମ୍ବା ଗୋଡ ଓ ହଳଦିଆ ଆଖି ଅଛି ଓ ଏହାର ଧଳା ଆଖି ପତା ଏହାକୁ ଏକ କଠୋର ମୁଖଭଙ୍ଗୀ ଦିଏ । ଯୁବକମାନେ ଉଦାସ ପ୍ରକାରର ଓ ବଡମାନଙ୍କଠାରେ ଥିବା ଧଳା ଦାଗ ଏମାନଙ୍କ ପାଖେ ନଥାଏ । ଏହାର କାଠହଣଆ ପକ୍ଷୀ ଭଳି ଏକ ଗୋଲିଆ ପର ଥାଏ, କିନ୍ତୁ ଏହାର ଆକାର ସାଧାରଣ ପକ୍ଷୀ ଠାରୁ ଭିନ୍ନ ଧରଣର ।[୨] Moult begins in July and continues to November, with male starting before female.

ଏହା କ୍ୟୁ, କ୍ୟୁ ଭଳି ରାବ ଦିଏ । କମ୍ ବାରମ୍ବାରତାରେ ଏହା ବୋବାଉଥାଏ । ଛୁଆଦେବା ସମୟରେ ସେମାନେ ବିଭିନ୍ନ ପ୍ରକାର ସ୍ୱରରେ ରାବ ଦିଅନ୍ତି ।[୨]

ଆଧାର

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |