dcsimg

ପେଚା ( Oriya )

provided by wikipedia emerging languages

ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ୱିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । ପେଚାମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି:

  • ପ୍ରକୃତ ପେଚା (True Owl) ବା ଷ୍ଟ୍ରିଙ୍ଗିଡାଏ (Strigidae) ଓ
  • ଚୋକଡ ପେଚା (Bran-Owl) ବା ଟାଇଟୋଡାଏ(Tytonidae ) ।

ବିବରଣୀ

ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡକୁ ୨୭୦o କୋଣରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ଟି ଥାଏ ଯେଉଁଠାରେ ମନୁଷ୍ୟର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହରେ କୌଣସି ଅସୁବିଧା ହୁଏନାହିଁ ।

Burrowing owl (Athene cunicularia)

ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନର ସଂସ୍ପର୍ଶରେ ନ ଆସେ ସେମାନେ ଶବ୍ଦକୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣାରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।

ପ୍ରଜନନ

ପେଚାମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।

ମନୁଷ୍ୟ ଓ ପେଚା

ପେଚାକୁ ନେଇ ଅନେକ ଅନ୍ଧ ବିଶ୍ୱାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚାକୁ ଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।

license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |

ପେଚା: Brief Summary ( Oriya )

provided by wikipedia emerging languages

ପେଚା ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ୱିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି । ପେଚାମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି:

ପ୍ରକୃତ ପେଚା (True Owl) ବା ଷ୍ଟ୍ରିଙ୍ଗିଡାଏ (Strigidae) ଓ ଚୋକଡ ପେଚା (Bran-Owl) ବା ଟାଇଟୋଡାଏ(Tytonidae ) ।
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |