ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।
ବେଙ୍ଗର ଚାରୋଟି ଗୋଡ ରହିଥାଏ । ପଛ ଦୁଇ ଗୋଡ ଆଗ ଦୁଇ ଗୋଡ ଠାରୁ ବଡ ହୋଇଥାଏ, ସେଥିପାଇଁ ସେ ଅଧିକ ଲମ୍ବା ପର୍ଯ୍ୟନ୍ତ ଡେଇଁପାରେ । ଆଗ ଦୁଇ ପାଦରେ ଚାରି-ଚାରି ଆଙ୍ଗୁଠି ଓ ପଛ ପାଦରେ ପାଞ୍ଚ-ପାଞ୍ଚ ଆଙ୍ଗୁଠି ରହିଥାଏ, ଯାହା ତାକୁ ପହଁରିବାରେ ସାହାଯ୍ୟ କରିଥାଏ । ବେଙ୍ଗର ଆକାର ସାଧାରଣତଃ ୯.୮ ମିଲିମିଟର (୦.୪ ଇଞ୍ଚ)ରୁ ୩୦ ସେଣ୍ଟିମିଟର (୧୨ ଇଞ୍ଚ) ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା ବେଙ୍ଗ ମାଇ ବେଙ୍ଗ ଠାରୁ ଆକାରରେ ଛୋଟ ହୋଇଥାଏ । ବେଙ୍ଗର ତ୍ୱଚାରେ ନିସୃତ ବିଷ ରହିଥାଏ, ପରନ୍ତୁ ସେମାନେ ଶିକାରୀ ସ୍ତନ୍ୟପାୟୀ, ପକ୍ଷୀ ତଥା ସାପ ମାନଙ୍କ ଠାରୁ ଏମାନଙ୍କ ସୁରକ୍ଷା କରି ପାରନ୍ତି ନାହିଁ ।
ଏକ ପ୍ରାପ୍ତ ବାୟସ୍କ ବେଙ୍ଗର ଶରୀରରେ ଏକ କଠୋର ଶରୀର, ବାହାରି ପଡିଥିବା ଆଖି, ଅଗ୍ରବର୍ତ୍ତୀ-ଲାଗିଥିବା ଜିଭ ଆଖି, ତଳ ଆଡକୁ ଓହଳି ଥିବା ଅଙ୍ଗ ଏବଂ ବିନା ଲାଞ୍ଜ ଯୁକ୍ତ ଶରୀର ରହିଥାଏ (ଲାଞ୍ଜ ଯୁକ୍ତ ବେଙ୍ଗକୁ ଛାଡି) । ବେଙ୍ଗ ମଧ୍ୟରେ ଗ୍ରନ୍ଥିର ଚମଡା ରହିଥାଏ, ଯାହା ଅରୁଚୀକର ଠାରୁ ଆରମ୍ଭ ହୋଇ ବିଷାକ୍ତ ହୋଇଥାଏ । ବୟସ୍କ ବେଙ୍ଗ ସତେଜ ପାଣିରେ ଏବଂ ଶୁଖିଲା ସ୍ଥଳରେ ରହିଥାଏ; କିଛି ପ୍ରଜାତୀ ମାନଙ୍କୁ ଭୂମୀଗତ କିମ୍ବା ଗଛରେ ରହିବା ପାଇଁ ଅନୁକୂଳିତ କରାଯାଏ । ବେଙ୍ଗକୁ ମନୁଷ୍ୟଦ୍ୱାରା ଭୋଜନ ଋପେ ମହତ୍ତ୍ୱ ଦିଆଯାଏ ଏବଂ ସାହିତ୍ୟ, ପ୍ରତୀକବାଦ ଓ ଧର୍ମରେ ବହୁ ସାଂସ୍କୃତିକ ଭୂମିକା ରହିଥାଏ ।
ବେଙ୍ଗର କୌଣସି ଲାଞ୍ଜ ନଥାଏ, ଲାର୍ବାକୁ ଛାଡି ଏବଂ ଅଧିକାଂଶ ବେଙ୍ଗଙ୍କର ଲମ୍ବା ଗୋଡ଼ ଥାଏ , ଲମ୍ବା ତୀକ୍ଷଣ ହାଡ଼ ସହିତ, ଜାଲି, ପଞ୍ଝା, ବଡ଼ ଆଖି ଏବଂ ଚିକ୍କଣ ତ୍ୱଚା ରହିଛି । ସେମାନଙ୍କ ପାଖେ ଛୋଟ ଛୋଟ ମେରୁହାଡ଼ ରହିଛି ଯେଉଁଥିରେ 10ରୁ ଅଧିକ ମୁକ୍ତ ମେରୁହାଡ଼ ଓ ଟେଲବୋନ ରହିନାହିଁ ।[୧] ଅନ୍ୟ ଉଭୟଚର ମାନଙ୍କ ପରି, ଅମ୍ଳଜାନ ନିଜର ଅତ୍ୟଧିକ ପାରଗମ୍ୟ ତ୍ୱଚାରୁ ଅତିକ୍ରମ କରିପାରେ । ଏହି ଆକସ୍ମିକ ବିଶେଷତା ସେମାନଙ୍କୁ ନିଜ ତ୍ୱଚା ମାଧ୍ୟମରେ ପବନ ପର୍ଯ୍ୟନ୍ତ ପହଞ୍ଚି ବିନା ସ୍ଥାନରେ ତିଆରି ହୋଇ ରହିବାର ଅନୁମତି ପ୍ରଦାନ କରିଥାଏ ।[୨] ତ୍ୱଚା ପାଇଁ ଶ୍ୱାସ-ପ୍ରଶ୍ୱାସ ଅଙ୍ଗ ରୂପେ ସେବା କରିବା ପାଇଁ ଏହିକୁ ନରମ ରହିବାକୁ ପଡିବ । ଏହା ବେଙ୍ଗକୁ ବିଭିନ୍ନ ପଦାର୍ଥ ପ୍ରତି ସମ୍ବେଦନ ଶୀଳ ବନେଇଥାଏ ଯାହାକୁ ସେ ପର୍ଯ୍ୟବରଣରେ ସାମ୍ନା କରିପାରେ , ଯେଉଁଥିରୁ କିଛି ବିଷାକ୍ତ ହୋଇପାରେ ଏବଂ ପାଣିରେ ବିଘଟିତ ହୋଇ ପାରନ୍ତି ।[୩][୪][୫][୬]
ଅନ୍ୟ ଉଭୟଚର ପ୍ରାଣୀ ମାନଙ୍କ ପରି, ଏକ ବେଙ୍ଗର ଜୀବନ ଚକ୍ର ସାଧାରଣତଃ ଏକ ଅଣ୍ଡା ସହିତ ପାଣିରେ ଆରମ୍ଭ ହୋଇଥାଏ ଯାହା ତରଳ ପଦାର୍ଥ ମାନ ସହିତ ଏକ ଡିମ୍ବକରେ ହୋଇଥାଏ, ଯାହାକୁ ସାଧାରଣତଃ ରେଡ଼ପୋଲ ବୋଲି କୁହାଯାଏ । ଆଗତ ବୃଦ୍ଧି ପରେ ଯାହାଦ୍ୱାରା ଏହାର ଅଙ୍ଗ ଓ ଫୁସଫୁସରେ ବିକଶିତ ହୋଇଥାଏ । ପରେ ଏହା ଏକ ଲଘୁ, ବାୟୁ-ଶ୍ୱାସ ବେଙ୍ଗ ରୂପେ ପାଣି ଛାଡିବାରେ ସକ୍ଷମ ଅଟେ ।
ଦୁଇ ମୁଖ୍ୟପ୍ରକାରର ପ୍ରଜନନ ବେଙ୍ଗ, ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଜନନ ଓ ବିସ୍ଫୋଟକ ପ୍ରଜନନରେ ହୋଇଥାଏ । ପୂର୍ବେ ଅଧିକାଂଶ ପ୍ରଜାତୀ ମାନଙ୍କଦ୍ୱାରା ନିଜର କରାଯାଇଥିଲା, ବୟସ୍କ ବେଙ୍ଗ ବର୍ଷର କିଛି ସମୟରେ ଏକ ପୋଖରୀ କିମ୍ବା ଝରଣାରେ ପ୍ରଜନନ ପାଇଁ ଏକାଠି ହୁଅନ୍ତି । ବିସ୍ଫୋଟକ ପ୍ରଜନନ ରେ, ପରିପକ୍ୱ ବୟସ୍କ ବେଙ୍ଗ ଏକ ନିଶ୍ଚିତ କ୍ଷେତ୍ରରେ ହେଉଥିବା ବର୍ଷା ହେଉଥିବା କିଛି ସ୍ଥାନରେ ପ୍ରଜନନ ପ୍ରକ୍ରିୟା ପାଇଁ ପହଞ୍ଚି ଥାନ୍ତି । ଏହି ବେଙ୍ଗ ମାନଙ୍କ ମଧ୍ୟରେ ସମ୍ଭୋଗ ଯଥାଶୀଘ୍ର ହୋଇଥାଏ ଏବଂ ଏମାନଙ୍କ ବୃଦ୍ଧିର ଗତି ଅତ୍ୟନ୍ତ ଶୀଘ୍ର ହୋଇଥାଏ ।[୭]
|url-status=
ignored (help)